• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମାତୃ ଏବଂ ଶିଶୁ ଅପପୁଷ୍ଟି ହ୍ରାସ କରିବା ପାଇଁ ଓଡିଶା ସରକାର ଏକ ବିଶେଷ ଯୋଜନା କେବଳ ଗର୍ଭାବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ଯାହାର ନାମ “ମମତା” । ଏହା ମାତୃତ୍ୱ ଲାଭ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଏକ ହିତକାରୀ ଯୋଜନା ଅଟେ । ଏହା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପୁଷ୍ଟି ସାଧନ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସହାୟତା ହେବ ।

Mamta

ଉଦ୍ଧେଶ୍ୟ

  •  
    • ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନେ ଶ୍ରମ କ୍ଷତିପୁରାଣ ପାଇବା ସହିତ ଗର୍ଭଧାରଣ ଓ ସନ୍ତାନ ପ୍ରସବ ପରେ ଯଥେଷ୍ଟ ବିଶ୍ରାମ ପାଇ ପାରିବେ ।
    • ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରାକ୍ଷା ଯଥା ପ୍ରସବ ପୂର୍ବ ଓ ପ୍ରସବ ପର ଯତ୍ନ ତଥା ପ୍ରତିଷେଧକ ବ୍ୟବସ୍ଥା ପାଇ ପାରିବେ ।
    • ମାତୃ ଓ ଶିଶୁ ଯତ୍ନ ବିଶେଷତଃ ଶିଶୁର ଖାଦ୍ୟାଭ୍ୟାଷ ସମ୍ୱନ୍ଧୀୟ ଯତ୍ନ ନେବା ।

ଲକ୍ଷ୍ୟ ଗୋଷ୍ଠୀ

୧୯ କିମ୍ବା ତଦୁର୍ଦ୍ଧ ବର୍ଷ ବୟସର ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆଙ୍କ ପ୍ରଥମ ଦୁଇଟି ଜୀବିତ ସନ୍ତାନ ପ୍ରସବ ପାଇଁ ଯେଉଁମାନେ ମାତୃତ୍ଵ ଲାଭ ପାଇ ନ ଥିବେ (ଯେଉଁମାନେ ନିଜେ ରାଜ୍ୟ/କେନ୍ଦ୍ର/ସରକାରୀ ଉଦ୍ୟୋଗ କର୍ମଚାରୀ ହୋଇ ନ ଥିବେ କିମ୍ବା ସେମାନଙ୍କ ପତ୍ନୀ ହୋଇ ନଥିବେ ) ।

ଲାଭାର୍ଥୀ:

ମା

ଲାଭ:

ଟଙ୍କା ୫୦୦୦ (ଦୁଇ ଗୋଟି କିସ୍ତି ରେ )

କିପରି ଆବେଦନ କରିବେ

ଅଙ୍ଗନବାଡୀ କର୍ମୀଙ୍କ ପାଖରେ ଉପଲବ୍ଧ ଉଦ୍ଧିଷ୍ଟ ଫୋରମ ମାଧ୍ୟମ ରେ |
 

Schemes Category